ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଲଗାତର ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ଦିନକରେ ଦେଶରେ ୧ ହଜାର ୩୪୧ ଜଣଙ୍କ ମୃତ୍ୟୁ ଘଟିଛି। 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ମାମଲା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯କୁ ବୃଦ୍ଧି ଘଟିଛି। ଏଥିରୁ ୧କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଏବେ ସୁଦ୍ଧା ମୋଟ ସକ୍ରିୟ ମାମଲା ୧୬ ଲକ୍ଷ ୭୯ହଜାର ୭୪୦ ରହିଛି। ଅନ୍ୟପଟେ ମୃତ୍ୟୁସଂଖ୍ୟା ବି ଦ୍ରୁତ ଗତିରେ ବଢ଼ିଚାଲିଛି। ଏଯାବତ୍ କରୋନାରେ ୧ ଲକ୍ଷ ୭୫ ହଜାର ୬୪୯ ଜଣ ଆଖି ବୁଜିଛନ୍ତି। 

କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ଟିକାକରଣ ମଧ୍ୟ ଜାରି ରହିଛି। ଏଯାଏଁ ୧୧ କୋଟି ୯୯ ଲକ୍ଷ ୩୭ ହଜାର ୬୪୧ ଜଣ ଟିକା ନେଲେଣି। 

ସୌଜନ୍ୟ: ଓଡ଼ିଶାଲାଇଭ୍