ମାସିକ ୠତୁସ୍ରାବ ପ୍ରତ୍ୟେକ ମହିଳା ପାଇଁ ଏକ କଠିନ ସମୟ। ଏହି ସମୟରେ ଶରୀରରୁ ଅଶୁଦ୍ଧ ରକ୍ତସ୍ରାବ ହୋଇଥାଏ। ତେଣୁ ଏହି ସମୟରେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିହାତି ଜରୁରୀ।

ଋତୁସ୍ରାବ ସମୟରେ ସାନିଟାରି ପ୍ୟାଡ୍‌କୁ ଅଳ୍ପ ବ୍ୟବଧାନରେ ବଦଳେଇବା ଦରକାର।

ଦିନକୁ ଅତିକମ୍‌ରେ ଦୁଇଥର ପ୍ୟାଡ୍‌ ବଦଳେଇବା ଦରକାର।

ବର୍ତ୍ତମାନ ସମୟରେ ଋତୁସ୍ରାବ ବେଳେ କପଡ଼ାର ବ୍ୟବହାର କମିଗଲାଣି। ତଥାପି କେତେକ ଲୋକ ଏବେ ବି କପଡ଼ା ବ୍ୟବହାର କରୁଛନ୍ତି। ଏଭଳି କ୍ଷେତ୍ରରେ ସଫା ଶୁଖିଲା କପଡ଼ା ବ୍ୟବହାର କରିବା ଉଚିତ।

 ଯୌନାଙ୍ଗକୁ ସାଧା ପାଣିରେ ୩ରୁ ୪ଥର ସଫା କରିବା ଉଚିତ।

ଋତୁସ୍ରାବ ସମୟରେ ଯଦି ଯୌନାଙ୍ଗକୁ ସଫା ନ କରନ୍ତି କିମ୍ବା ଗୋଟିଏ ସାନିଟାରି ପ୍ୟାଡ୍‌କୁ ଅଧିକ ସମୟ ଧରି ପିନ୍ଧନ୍ତି, ତେବେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ।

ଯୌନାଙ୍ଗରେ ସଂକ୍ରମଣ ହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଇଣ୍ଟିମେଟ୍‌ ଓ୍ୱାସ୍‌ ମିଳୁଛି, ଯାହାର ବ୍ୟବହାର ବହୁଳ ଭାବରେ କରାଯାଉଛି। ହେଲେ ଇଣ୍ଟିମେଟ୍‌ ଓ୍ଵାସ୍‌ ବ୍ୟବହାର କରିବା ଅନୁଚିତ।

ମା’ମାନେ ସେମାନଙ୍କ ଝିଅମାନଙ୍କୁ ଋତୁସ୍ରାବ ପରିଚ୍ଛନତା ଉପରେ ଅବଗତ କରାଇବା ନିହାତି ଜରୁରୀ।