କର୍କଟ ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ। ୩୦ରୁ ୫୦ ପ୍ରତିଶତ କର୍କଟଜନିତ ମୃତ୍ୟୁକୁ ପ୍ରତିରୋଧ କରିହେବ। କର୍କଟ ରୋଗର ଶୀଘ୍ର ନିରୁପଣ କରିପାରିଲେ ଏଥିରୁ ସୁସ୍ଥ ହେବାର ସମ୍ଭାବନା ଅଧିକ। ତେବେ କର୍କଟକୁ ରୋକିବେ କେମିତି?

ତମାଖୁ ସେବନ ଓ ଧୂମପାନରୁ ନିବୃତ୍ତ ରହନ୍ତୁ।

ଓଜନ ନିୟନ୍ତ୍ରଣରେ ରଖନ୍ତୁ।

ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ ସାମିଲ କରନ୍ତୁ।

ନିୟମିତ ବ୍ୟାୟାମ କରନ୍ତୁ।

ମଦ୍ୟପାନ କମ୍‌ କରନ୍ତୁ।

କେତେକ କାର୍ସିନୋଜେନିକ୍ ଭୁତାଣୁଜନିତ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଟିକା ପ୍ରସ୍ତୁତ ହୋଇଛି। ସର୍ଭାଇକାଲ କ୍ୟାନ୍‌ସରକୁ ରୋକିବା ପାଇଁ ହ୍ୟୁମାନ୍‌ ପାପିଲୋମା ଭାଇରସ୍‌ ଟିକା ରହିଛି। ଏହାଛଡ଼ା ହେପାଟାଇଟିସ୍‌ ବି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ହେପାଟାଇଟିସ୍‌ ଟିକା ନେବା ଆବଶ୍ୟକ।

ଅତିବାଇଗେଣୀ ରଶ୍ମୀ, ଆୟୋନାଇଜିଂ ରେଡିଏସନ୍‌ ସଂସ୍ପର୍ଶରେ ଯଥାସମ୍ଭବ କମ୍‌ ଆସନ୍ତୁ।

ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।