ମଣିଷ ଶରୀରରେ ସବୁଠୁ ଅଧିକ ଦେଖାଦେଉଥିବା ସମସ୍ୟା ଭିତରେ ୟୁରିନ୍‌ ଇନ୍‌ଫେକ୍ସନ୍‌ ସଂକ୍ରମଣ ଅନ୍ୟତମ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। ତେବେ, ଜାଣନ୍ତୁ ୟୁରିନ୍‌ ଇନ୍‌ଫେକ୍ସନ୍‌କୁ ରୋକିବା ପାଇଁ କିଛି ସତର୍କତା।

ୟୁରିନ୍‌ ଇନ୍‌ଫେକ୍ସନ୍‌ ରୋକିବା ପାଇଁ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା ଦରକାର।

ଅପରିଷ୍କାର ଟଏଲେଟ୍‌ ବ୍ୟବହାର କରିବା କଥା ନୁହେଁ।

ଅନ୍ତଃବସ୍ତ୍ରକୁ ନିୟମିତ ବ୍ୟବଧାନରେ ବଦଳେଇବା ଦରକାର।

ମହିଳାମାନେ ପରିସ୍ରା ଜାଗାରେ ସାବୁନ୍‌ ଲଗାଇବା କଥା ନୁହେଁ।। ସାବୁନ୍‌ ଲଗାଇବା ଦ୍ୱାରା ସେ ସ୍ଥାନର pH ସ୍ତର ଅସନ୍ତୁଳିତ ହୋଇଥାଏ।

ବର୍ତ୍ତମାନ pH ବାଲାନ୍ସକୁ ସନ୍ତୁଳିତ ରଖିବା ପାଇଁ ସାମ୍ପୋ ମିଳୁଛି। ତାକୁ ପରିସ୍ରା ସ୍ଥାନରେ ସଫା କରିବା ପାଇଁ ବ୍ୟବହାର କରିପାରିବେ। ଡାକ୍ତରଙ୍କ ପରାମର୍ଶରେ କ୍ରମେ ଏହି ସାମ୍ପୋ କିଣନ୍ତୁ।

ସହବାସ ବେଳେ କିଛି ଜୀବାଣୁ ପରିସ୍ରା ରାସ୍ତା ଦେଇ ଭିତରକୁ ପଶି ଯାଆନ୍ତି। ତେଣୁ, ସହବାସ ପରେ ପରିସ୍ରା କରି ସେ ସ୍ଥାନ ସଫା କରନ୍ତୁ। ଏହାଦ୍ୱାରା ଜୀବାଣୁ ପରିସ୍ରା ଦ୍ୱାର ଦେଇ ପ୍ରବେଶ କରିବ ନାହିଁ।

ତା’ଛଡ଼ା ମଧୁମେହ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦରକାର।

ସୁଷମ ଖାଦ୍ୟ ଖାଇବା ଜରୁରୀ। ଦହି, କାନ୍‌ବେରି ଓ ଅନ୍ୟ କେତେକ ବେରି ଖାଇଲେ ଏହା ୟୁରିନ୍‌ ଇନ୍‌ଫେକ୍ସନକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

ତେଲମସଲା, ଜଙ୍କଫୁଡ୍‌ ଖାଆନ୍ତୁ ନାହିଁ।

ନିୟମିତ ବ୍ୟାୟାମ କରନ୍ତୁ।

urine test

ଅଧିକ ପଢ଼ନ୍ତୁ: ପରିସ୍ରା ପୋଡ଼ା ସହ ଜ୍ୱର ହୋଇପାରେ ୟୁରିନ୍‌ ଇନ୍‌ଫେକ୍ସନ୍‌ର ଲକ୍ଷଣ

ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ୟୁରିନ୍‌ ଇନ୍‌ଫେକ୍ସନ୍‌ ବେଶୀ ହୋଇଥାଏ। ହେଲେ ବୟସ୍କ ଲୋକଙ୍କର ପ୍ରୋଷ୍ଟେଟ୍‌ ସମସ୍ୟା ଥିଲେ ୟୁରିନ୍‌ ଇନ୍‌ଫେକ୍ସନ୍‌ ହୋଇପାରେ। ଯଦି ପରିସ୍ରା ଥଳି ସମ୍ପୂର୍ଣ୍ଣ ଭାବରେ ଖାଲି ନ ହୁଏ ବା ଜମା ହୋଇକରି ରହେ, ତେବେ ସଂକ୍ରମଣ ହୋଇପାରେ।

ମେନୋପଜ୍‌ ପରେ ୟୁରିନ୍‌ ଇନ୍‌ଫେକ୍ସନ୍‌ ହେବାର ଆଶଙ୍କା ଥାଏ। ସେମାନେ ଡାକ୍ତରଙ୍କୁ ଦେଖାଇ ହରମୋନାଲ୍‌ ଚିକିତ୍ସା କରିବା ଆବଶ୍ୟକ।

ଛୋଟ ଛୁଆଙ୍କର ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଲେ, ତାଙ୍କର ଅଲଟ୍ରା ସାଉଣ୍ଡ କରି କାରଣ ଜାଣିବା ଦରକାର।

ମହିଳା ହୁଅନ୍ତୁ ବା ପୁରୁଷ ୨୪ ଘଣ୍ଟା ମଧ୍ୟରେ ୨ରୁ ଅଢ଼େଇ ଲିଟର ପାଣି ପିଇବା ଦରକାର।

ନିୟମିତ ବ୍ୟବଧାନରେ ଅନ୍ତଃବସ୍ତ୍ର ବଦଳାଇବା ଦରକାର।

ଜରୁରୀ ନଥିଲେ ବାହାର ଶୈାଚାଳୟରେ ପରିସ୍ରା କରନ୍ତୁ ନାହିଁ।

ସୁଷମ ଖାଦ୍ୟ ଖାଇବେ, ବ୍ୟାୟାମ କରିବେ ଓ ୭ରୁ ୮ ଘଣ୍ଟା ଶୋଇବା ଦରକାର। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ବିଭିନ୍ନ ସଂକ୍ରମଣକୁ ରୋକିପାରିବେ।