ଆତ୍ମହତ୍ୟାର ଲକ୍ଷଣ ସବୁ କ’ଣ? ଆସନ୍ତୁ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଏନେଇ କ’ଣ କହୁଛନ୍ତି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ ୧୫ରୁ ୨୯ ବର୍ଷର ଯୁବପିଢ଼ି ଆତ୍ମହତ୍ୟାକୁ ଚରମ ସୀମା ଭାବେ ବାଛି ନେଉଛନ୍ତି। ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ହେଉଛି ମାନସିକ ଚାପ, ନିରାଶା, ହତାଶ ଏବଂ ଡିପ୍ରେସନ।

ଆତ୍ମହତ୍ୟା ପୂର୍ବର ସମ୍ଭାବ୍ୟ ଲକ୍ଷଣ (Symptoms of suicide in Odia)

ଯଦି ଜଣେ ବ୍ୟକ୍ତିର ବ୍ୟବହାରିକ ବିଶୃଙ୍ଖଳା ଦେଖାଯିବା ବା ହଠାତ୍‌ ବ୍ୟବହାରରେ ପରିବର୍ତ୍ତନ, ଏକୁଟିଆ ରହିବା, ଚିଡ୍‌ଚିଡ୍‌ ହେବା, ଜିନିଷପତ୍ର ଫୋପାଡ଼ା ଫୋପଡ଼ି କରିବା, ହଠାତ୍‌ ରାଗିଯିବା, ଏକୁଟିଆପଣ ହେଉଛି ଆତ୍ମହତ୍ୟାର ସମ୍ଭାବ୍ୟ ଲକ୍ଷଣ। ଯଦି ଜଣେ ଲୋକର ବ୍ୟବହାରରେ କିଛି ପରିବର୍ତ୍ତନ ହେଉଛି, ତେବେ ବ୍ୟକ୍ତି ଜଣକ ଡିପ୍ରେସନ୍‌କୁ ଗତି କରୁଛନ୍ତି। ଏଭଳି ଲକ୍ଷଣ ଦେଖାଗଲେ ମାନସିକ ବିଶେଷଜ୍ଞଙ୍କ ପାଖକୁ ନେବା ଦରକାର।

ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ନିରାଶପଣ (ହୋପ୍‌ଲେସ୍‌ନେସ୍‌), ଅସହାୟ (ହେଲ୍ସଲେସ୍‌ନେସ୍‌ ), ମୂଲ୍ୟହୀନତା (ଓର୍ଥଲେସ୍‌ନେସ୍‌) ମନେ କରେ, ସେତେବେଳେ ଯେ ଆତ୍ମହତ୍ୟାକୁ ବାଛି ନେଇଥାଏ।

depression of children

କେଉଁ ବୟସରେ ଆତ୍ମହତ୍ୟା ଅଧିକ ହେଉଛି? (At what age do suicides increase in Odia)

କେବଳ ବୟସ୍କ ନୁହଁନ୍ତି ଛୋଟପିଲା ବି ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। ପାଠପଢ଼ାକୁ ନେଇ ବାପା ମା’ଙ୍କର ଚାପ, ପରୀକ୍ଷାରେ ରେଜଲ୍ଟ ଚିନ୍ତା, ପାରିବାରିକ କଳହ, ହରମୋନରେ ପରିବର୍ତ୍ତନ, ବୟସ୍କ ଲୋକମାନେ ଏକୁଟିଆପଣର ଶିକାର ହୋଇ ଧୀରେ ଧୀରେ ଡିପ୍ରେସନ୍‌ ଆଡ଼କୁ ଗତି କରନ୍ତି ଓ ପରେ ଆତ୍ମହତ୍ୟାକୁ ବାଛି ନିଅନ୍ତି।

counselling

ଆତ୍ମହତ୍ୟା ପ୍ରବଣତାକୁ କେମିତି ରୋକିବା? (How to manage suicidal tendency in Odia)

ଡିପ୍ରେସନ୍‌ ବା ଆତ୍ମହତ୍ୟା ଭଳି ଚିନ୍ତାଧାରାକୁ ଦୂରେଇବା ପାଇଁ ପରିବାର ଲୋକଙ୍କର ମୂଳ ଭୂମିକା ରହିଛି। ଯଦି ପିଲାଟି କୌଣସି କ୍ଷେତ୍ରରେ ବିଫଳ ହୁଏ ତେବେ ତିରସ୍କାର କରନ୍ତୁ ନାହିଁ। ପିଲାଟିର ଦୁର୍ବଳତା ଜାଣନ୍ତୁ ଓ ସଫଳ ହେବାରେ ସାହାଯ୍ୟ କରନ୍ତୁ। ପିଲାମାନଙ୍କୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ। ପିଲାକୁ ବନ୍ଧୁ ପରି ବ୍ୟବହାର କରନ୍ତୁ। କେବେ ବି ପିଲାକୁ ଏକୁଟିଆ ହେବାକୁ ଦିଅନ୍ତୁ ନାହିଁ।

ଯଦି ଜଣେ ବ୍ୟକ୍ତି ଚିନ୍ତାରେ ଅଛନ୍ତି, ତେବେ ଆପଣ କାହା ସହ କଥା ହୁଅନ୍ତୁ। ନିଜ କଥା ସେୟାର କରନ୍ତୁ। ଭଲ ଗୀତ ଶୁଣନ୍ତୁ। ଯେଉଁ ଜିନିଷ ଆପଣଙ୍କୁ ଭଲ ଲାଗୁଛି, ତାହାକୁ କରନ୍ତୁ। ସକରାତ୍ମକ ଚିନ୍ତାଧାରାରେ କାର୍ଯ୍ୟ କରନ୍ତୁ।

suicide

ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳତ ଦରକାର (Need to balance personal and professional life in Odia)

ବେଳେବେଳେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। ଏହାର କାରଣ ହେଲା ସେମାନେ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳତ ରକ୍ଷା କରିପାରନ୍ତି ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Suicide Prevention based on the interview with Dr. Suvendu Narayan Mishra, Psychiatrist.