food for pregnant lady

ଜାଣନ୍ତୁ, ଗର୍ଭାବସ୍ଥାରେ କ’ଣ ଖାଇବା ଦ୍ଵାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

  • କଫି, ଚା’ ଆଦି ପିଇବେ ନାହିଁ। ଗର୍ଭାବସ୍ଥାର ପ୍ରଥମ ତିନି ମାସ ଏହା ପିଇଲେ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଥାଏ।
  • ଗର୍ଭାବସ୍ଥାରେ ଅମୃତ ଭଣ୍ଡା, ପାଚିଲା ସପୁରୀ, ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌, ଅତ୍ୟଧିକ ଲୁଣ ଥିବା ଆଚାର, ଲୁଣିମାଛ, ଶୁଖୁଆ ଏବଂ ଅତ୍ୟଧିକ ମିଠା ଆଦି ଖାଇବା ଉଚିତ ନୁହେଁ।
  • ବେଶୀ ଥଣ୍ଡା କିମ୍ବା ମୃଦୁ ପାନୀୟ ଖାଇବା ଅନୁଚିତ।
  • ଗର୍ଭାବସ୍ଥାରେ ମଦ୍ୟପାନ କଲେ ଶିଶୁର ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ।
  • ଧୂମପାନ, ଗୁଣ୍ଡିପାନ ବା ଅନ୍ୟ କିଛି ମାଦକଦ୍ରବ୍ୟ ସେବନ କରିବା ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ପାଇଁ ଭଲ ନୁହେଁ।
  • ଧୂମପାନ କଲେ ଗର୍ଭସ୍ଥ ଶିଶୁ ବଢ଼ିପାରେ ନାହିଁ, ବିକଳାଙ୍ଗ ହେବାର ଆଶଙ୍କା ଥାଏ, ଗର୍ଭସ୍ଥ ଶିଶୁ କମ୍‌ ଓଜନର ହେବା ସହ ଅପରିଣତ ପ୍ରସବ ହୋଇଥାଏ। କେତେକ କ୍ଷେତ୍ରରେ ଗର୍ଭବତୀ ନାରୀ ନିଜେ ଧୂମପାନ ନ କଲେ ମଧ୍ୟ ପରିବାରରେ ଅନ୍ୟ କେହି ଧୂମପାନର ଧୂଆଁ ସଂସ୍ପର୍ଶରେ ଆସିଲେ ମଧ୍ୟ ଖରାପ।
  • ଗର୍ଭବତୀ ନାରୀମାନଙ୍କର ଯଦି ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି, ଜ୍ଵର କିମ୍ବା ଅନ୍ୟ କୌଣସି ସମସ୍ୟା ହୁଏ, ତେବେ ମନଇଛା ଔଷଧ ସେବନ କରନ୍ତୁ ନାହିଁ। ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ।
  • କୁତ୍ରିମ ମିଠା, ସିରପ୍‌ ପକାଯାଉଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଯେପରିକି କୋଲ୍ଡଡ୍ରିଙ୍କ୍‌, ଚୁଇଙ୍ଗମ୍‌, ଆଇସ୍‌କ୍ରିମ୍‌ ଆଦି।
  • କଞ୍ଚା ବା ଭଲ ଭାବରେ ରନ୍ଧା ହୋଇ ନ ଥିବା ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଖାଆନ୍ତୁ ନାହିଁ।
  • ବାଶି, ପ୍ୟାକେଟ୍‌ ଖାଦ୍ୟ ଖାଆନ୍ତୁ ନାହିଁ। ପ୍ୟାକେଟ୍‌ ଖାଦ୍ୟରେ ବେଶି ତେଲ, ଲୁଣ, ଚିନି ଓ ଅଧିକ ଦିନ ଧରି ସତେଜ୍‌ ରହିବା ପାଇଁ କେମିକାଲ ମିଶାଯାଇଥାଏ। ତେଣୁ ଏସବୁ ଖାଦ୍ୟ ଖାଆନ୍ତୁ ନାହିଁ।
  • ଯେଉଁ ମହିଳାଙ୍କର ଲୁଣି ମାଛ, ଚିଙ୍ଗୁଡ଼ି ଆଦିରେ ଆଲର୍ଜି ଅଛି, ସେମାନେ ଗର୍ଭାବସ୍ଥାରେ ସେସବୁକୁ ଖାଇବା ଅନୁଚିତ।