ଅଧିକ ପଢ଼ନ୍ତୁ: ତମ୍ବା ପାତ୍ରରେ ପାଣି ପିଇବାର ଫାଇଦା

ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ। ମଣିଷ ଓ ଜୀବଜନ୍ତୁ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବା, ଶରୀରର ତାପମାତ୍ରା ବଜାୟ ରଖିବା ଓ ଶୋଷ ମେଣ୍ଟାଇବା ପାଇଁ ଜଳର ଭୂମିକା ବେଶ୍‌ ଅଧିକ। କିନ୍ତୁ, ପାଣି ଆବଶ୍ୟକତାଠାରୁ ଅଧିକ ପିଇଲେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।

ଅଧିକାଂଶ ଲୋକ ଭାବନ୍ତି ପ୍ରଚୁର ପାଣି ପିଇଲେ ଭଲ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। କାରଣ କେତେକ ଲୋକ ୧୦-୧୨ ଲିଟର ପାଣି ପିଅନ୍ତି। ହେଲେ ଏହା କିଡ୍‌ନିକୁ ଖରାପ କରିଥାଏ। ଜଣେ ସାଧାରଣ ବ୍ୟକ୍ତି ଦୈନିକ ୮ରୁ ୧୦ ଗ୍ଲାସ୍‌ ପାଣି ପିଇବା ଦରକାର। 

ଅତ୍ୟଧିକ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହା କିଡ୍‌ନିକୁ ଦୁର୍ବଳ କରିପାରେ।

ଅତ୍ୟଧିକ ପାଣି ଶରୀରରେ ସୋଡିୟମ୍‌ ସ୍ତରକୁ କମ୍‌ କରିଥାଏ। ଫଳରେ ବାନ୍ତି, ଥକ୍କାପଣ ହେବାର ଆଶଙ୍କା ଥାଏ। ଏହି ଅବସ୍ଥାକୁ ହାଇପୋନାଟ୍ରେମିଆ ବୋଲି କୁହାଯାଏ।

ଶରୀରରେ ଜଳୀୟଅଂଶର ଅଭାବ ହେଲେ ଓ ଅଧିକ ଜଳୀୟଅଂଶ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ।

ରାତିରେ ଅଧିକ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା ନିଦ ଭଲ ଭାବରେ ହେବ ନାହିଁ।