ଖାଦ୍ୟ ଗ୍ରହଣର କରିସାରିବା ପରେ ତୁରନ୍ତ ପାଣି ପିଉଥିବା ଲୋକମାନେ ସାବଧାନ ହୋଇଯାନ୍ତୁ। ଶରୀର ପାଇଁ ଏହା କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

drinking water

ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେପାଣି ପିଅନ୍ତି। ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏପରିକି ହୃଦଘାତ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

ଆସନ୍ତୁ ଜାଣିବା ଖାଇବା ପରେ ତୁରନ୍ତ ପାଣି ପିଇଲେ କେଉଁ ସବୁ ସମସ୍ୟା ଶରୀରରେ ଦେଖାଯାଏ…

  • ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଖାଇବା ପରେ ତୁରନ୍ତ ପାଣି ପିଇଲେ ହୃଦ୍‌ଘାତ ବିପଦ ଆଶଙ୍କା ବଢ଼ିଯାଏ। ଖାଦ୍ୟ ଗ୍ରହଣର ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଅନୁଚିତ୍।
  • ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତି ଉପରେ ପଡ଼େ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦିଏ।
  • ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ଶରୀରରେ ପ୍ରସ୍ତୁତ ହେଉଥିବା ପାଚକ ରସର ତାପମାତ୍ରା କମି ଯାଏ। ଏଥିଯୋଗୁଁ ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ। କେବଳ ଏତିକି ନୁହେଁ, ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ବୃହତ ଯନ୍ତ୍ର ସଙ୍କୁଚିତ ହୋଇଯାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ। ଏଥିପାଇଁ ଖାଦ୍ୟଗ୍ରହଣର ଏକ ଘଣ୍ଟା ପରେ ପାଣି ପିଅନ୍ତୁ।
  • ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ପାଚନ କ୍ରିୟା ଧୀମା ହୋଇଯାଏ। ପାଣି ଖାଦ୍ୟ ସହିତ ମିଶି ପେଟରେ ଥିବା ଏସିଡ୍ ସଂସ୍ପର୍ଶରେ ଆସି ଖାଦ୍ୟ ହଜମ ହୋଇଯାଏ। ପୁଣି ଥରେ ଭୋକ ଲାଗେ। ଫଳରେ ମୋଟାପଣ ଭଳି ସମସ୍ୟା ଦେଖାଯାଏ।