ମାସିକ ୠତୁଚକ୍ର ସମୟରେ ଅଧିକାଂଶ ମହିଳାଙ୍କର ପେଟ ଓ ଗୋଡ଼ ବିନ୍ଧା ହୋଇଥାଏ। ଏହି ସମୟରେ କିଛିଟା ଯୋଗାସନ ଶରୀର ପାଇଁ ବେଶ୍‌ ଲାଭଦାୟକ।

ଋତୁଚକ୍ର ବେଳେ ଯୋଗ ଅତ୍ୟଧିକ ଋତୁସ୍ରାବକୁ ନିୟନ୍ତ୍ରଣ କରିବା ସହିତ ଅଣ୍ଟାବିନ୍ଧା, ପେଟବ୍ୟଥା, ମୁଣ୍ଡବିନ୍ଧା ଆଦି ସମସ୍ୟାକୁ କିଛି ପରିମାଣରେ ନିୟନ୍ତ୍ରିତ କରିହୁଏ।

ଅର୍ଦ୍ଧ ମତ୍ସାସନ: ଏହି ଆସନ ମାସିକ ୠତୁସ୍ରାବ ସମୟରେ କଷ୍ଟ ଅନୁଭବ କରୁଥିବା ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଆରାମ ଦିଏ। ପ୍ରଜନନ ଅଙ୍ଗର ସଞ୍ଚାଳନ କ୍ଷମତାକୁ ବୃଦ୍ଧି କରେ।

ଧନୁରାସନ: ଧନୁରାସନ ମଧ୍ୟ ଶରୀରର ସମସ୍ତ ଭିତରି ଅଙ୍ଗଗୁଡ଼ିକୁ ବିଶ୍ରାମ ଦିଏ। ଏହାସହିତ ଅଙ୍ଗଗୁଡ଼ିକର ନିୟମିତ ଗତିବିଧିକୁ ସ୍ଵାଭାବିକ କରିଥାଏ। ଏହାସହ ଶରୀରରେ ରକ୍ତପ୍ରବାହକୁ ଠିକ କରିଥାଏ।

ଭୁଜଙ୍ଗାସନ: ଭୁଜଙ୍ଗାସନ ପେଟ ଭିତର ଅଙ୍ଗକୁ ସଠିକ୍ ଭାବେ ସଞ୍ଚାଳନ କରିବା ସହ ଚାପ ନିୟନ୍ତ୍ରଣରେ ରଖିଥାଏ।

ଉତ୍ତନାସନ: ଏହି ଆସନରେ ମାନସିକ  ତଥା ଶାରୀରିକ ଚାପ କମ୍‌ କରିବା ସହ ମାଂସପେଶୀଗୁଡ଼ିକୁ ଆରାମ ଦିଏ।

ସର୍ବାଙ୍ଗାସନ: ପେଟର ଅଙ୍ଗ ସଞ୍ଚାଳନ ସହିତ ଥାଇରଏଡ୍ ସମସ୍ୟା ପାଇଁ ବି ଏହି ଯୋଗାସନ ଫଳପ୍ରଦ। ମସ୍ତିଷ୍କକୁ ଶାନ୍ତ ରଖେ।