kidney stone

କିଡ୍‌ନି ରୋଗୀମାନେ ସେମାନଙ୍କର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ତେବେ,କେଉଁଭଳି ଖାଦ୍ୟ ନେବା ଉଚିତ ଜାଣିରଖନ୍ତୁ।

କିଡ୍‌ନି ରୋଗୀମାନେ ଅତ୍ୟଧିକ ପାଣି ପିଅନ୍ତୁ ନାହିଁ।

ଅଧିକାଂଶ ଲୋକ ଭାବନ୍ତି ଯେ, କିଡ୍‌ନି ଖରାପ ହୋଇଗଲେ ପରିସ୍ରା ହେବ ନାହିଁ। ହେଲେ ଏହା ଜାଣି ରଖନ୍ତୁ, ପରିସ୍ରା ହେବା ସହ କିଡ୍‌ନି ଖରାପ ହେବାର କୌଣସି ସମ୍ପର୍କ ନାହିଁ। ଜଣେ ସାଧାରଣ ଲୋକର ଦୁଇରୁ ତିନି ଲିଟର ପରିସ୍ରା ହେଲା ପରେ ବି କିଡ୍‌ନି ଖରାପ ହେବାର ଆଶଙ୍କା ରହିଛି। ତେଣୁ ପରିସ୍ରା କେତେ ହେଉଛି, ତା’ ଉପରେ ପାଣି ପିଇବାର ମାତ୍ରା ନିର୍ଭର କରୁଛି।

ଯଦି ଜଣେ ବ୍ୟକ୍ତିଙ୍କର ୫୦ କିମ୍ବା ୧୦୦ ଏମ୍‌ଏଲ୍‌ ପରିସ୍ରା ହେଉଛି, ତେବେ ତାଙ୍କୁ ଅଧ ଲିଟରରୁ ସାଢ଼େ ୭୦୦ ଏମ୍‌ଏଲ୍‌ ଭିତରେ ପାଣି ପିଇବା ଦରକାର।। କିଡ୍‌ନି ରୋଗୀମାନେ ସବୁବେଳେ ଡାକ୍ତରଙ୍କୁ ପରାମର୍ଶ କରି ପାଣି ପିଇବା ଦରକାର।

ଆମେ ଯେଉଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସେବନ କରିଥାଉ, ସେଥିରୁ ୟୁରିଆ ଓ କ୍ରିଏଟିନିନ୍‌ ଭଳି ଉତ୍ପାଦ ବାହାରିଥାଏ। ତେଣୁ ପୁଷ୍ଟିସାରଯୁକ୍ତ ଖାଦ୍ୟ କମ୍‌ ମାତ୍ରାରେ ସେବନ କରନ୍ତୁ।

ଅଧିକ ପଢ଼ନ୍ତୁ: କାହିଁକି ଦରକାର କିଡ୍‌ନି ଡାଏଲିସିସ୍‌?

୬୦ କିଲୋଗ୍ରାମ୍‌ର ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦୈନିକ ୬୦ଗ୍ରାମ୍‌ର ପ୍ରୋଟିନ୍‌ ଖାଇବାର ଆବଶ୍ୟକତା ରହିଛି। ହେଲେ କିଡ୍‌ନି ଖରାପ ଥିବା ବ୍ୟକ୍ତିଙ୍କୁ ଦୈନିକ ୩୦ ଗ୍ରାମ୍‌ ପ୍ରୋଟିନ୍‌ ଖାଇବା ଦରକାର।

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯେପରିକି ମଟନ୍‌, ଚିକେନ୍‌, ଅଣ୍ଡା ଖାଇବାକୁ ବାରଣ କରାଯାଇଥାଏ। ସପ୍ତାହକୁ ଥରେ ଚୂନା ମାଛ ଖାଇପାରିବେ। ଶାକାହାରୀ ଲୋକ ପନିର, ଛେନା, ସୋୟାବିନ୍‌, ଡାଲିଜାତୀୟ ଖାଦ୍ୟ, ବିରି, ବେସନ, ମିକ୍ସଚର ଖାଇବାକୁ ବାରଣ କରାଯାଏ।

ଏହାସହ କିଡ୍‌ନି ରୋଗୀଙ୍କୁ ଫଳ ଓ ପଇଡ଼ ପାଣି ପିଇବାକୁ ମନା କରାଯାଏ। କାରଣ ଏଥିରେ ପୋଟାସିୟମ୍‌ ମାତ୍ରା ଅଧିକ ଥାଏ।

କିଡ୍‌ନି ରୋଗୀ ପେନ୍‌କିଲର ଖାଆନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: କାହିଁକି ହେଉଛି କିଡ୍‌ନି ଖରାପ?

ଯଦି କିଡ୍‌ନି ସମସ୍ୟା ଶେଷ ପର୍ଯ୍ୟାୟରେ ଥାଏ, ତେବେ ରୋଷେଇ କରିବା ବେଳେ ପରିବାକୁ ପାଣି ଦେଇ ସିଝାଯାଏ ଓ ସେହି ପାଣିକୁ ଫୋପ ଡ଼ା ଯାଏ। ଫଳରେ ସେଥିରୁ ଶାର ଅଂଶ ବାହାରିଯାଏ। ଏହାପରେ କମ୍‌ ତେଲ, କମ୍‌ ଲୁଣ ଓ ଅଳ୍ପ ମସଲା ଦେଇ ପୁନଃ ରାନ୍ଧି ଖାଇବାକୁ ପରାମର୍ଶ ଦିଆଯାଏ।