ଶରୀରରେ ଲୌହର ଅଭାବ ରକ୍ତହୀନତାର କାରଣ ହୋଇଥାଏ।

ଶରୀରରେ ଆଇରନ୍‌ର ଅଭାବକୁ ରକ୍ତହୀନତା ବା ଆନିମିଆ କୁହାଯାଏ। ଗର୍ଭାବସ୍ଥାରେ ହିମୋଗ୍ଲୋବିନ୍‌ ସ୍ତର ୧୧ଗ୍ରାମରୁ କମ୍‌ ଥିଲେ ରକ୍ତହୀନତା ବୋଲି ଜାଣିବେ। ଏହାଛଡ଼ା କୃମି ସମସ୍ୟା ଥିଲେ ମଧ୍ୟ ରକ୍ତହୀନତା ହେବାର ଆଶଙ୍କା ଥାଏ। ଗର୍ଭାବସ୍ଥାରେ ରକ୍ତହୀନତା ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏଣୁ ରକ୍ତହୀନତାକୁ ଅଣଦେଖା ନ କରି ଏହାର ଚିକିତ୍ସା କରିବା ଆବଶ୍ୟକ।

ରକ୍ତହୀନତାର ଲକ୍ଷଣ (Symptoms of Anemia in Odia)

ଅଧିକ ଦୁର୍ବଳ ଲାଗିବା।

ବିନା ପରିଶ୍ରମରେ ଥକ୍କା ଲାଗିବା।

ଅଧିକ କେଶ ଝଡ଼ିବା।

ଶରୀର ହଳଦିଆ ଦେଖାଯିବା।

ଗୋଡ଼, ହାତ ଯନ୍ତ୍ରଣା ହେବା।

ଅଳସୁଆ ଲାଗିବା ବା କୌଣସି କାମ କରିବାକୁ ଉତ୍ସାହ ନ ଆସିବା।

ଅଧିକ ପଢ଼ନ୍ତୁ: ‘WHO’ର ପରାମର୍ଶରେ ଖାଆନ୍ତୁ ଏହି ୫ଟି ଲୌହଯୁକ୍ତ ଖାଦ୍ୟ, ନହେଲେ ହୋଇପାରେ ରକ୍ତହୀନତା

ରକ୍ତହୀନତା ଦୂର କରିବା ପାଇଁ ଡାଏଟ୍‌

ରକ୍ତହୀନତା ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଲୌହ ଓ ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

ଖାଦ୍ୟରେ ସବୁଜ ପନିପରିବା ଯେପରିକି ବିଭିନ୍ନ ପ୍ରକାର ଶାଗ, ପାଳଙ୍ଗ ଶାଗ, ଫଳମୂଳ, କଦଳୀ, ସେଓ, ଅଙ୍ଗୁର, ଅଁଳା, ଗାଜର, ଟମାଟ, ଅମୃତଭଣ୍ଡା ଓ କ୍ଷୀରଜାତୀୟ ଦ୍ରବ୍ୟ ଯେପରିକି ଦହି, ଛେନା, ପନିରକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ।

ଅଣ୍ଡାର ଧଳାଅଂଶ, ମାଛ, ମାଂସ ଆଦିକୁ ଖାଦ୍ୟରେ ସାମିଲ କରିବା ଦରକାର। ଏହା ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ବ୍ରୋକୋଲି, ଅଣ୍ଡା, ଲାଲ ମାଂସ, ନଟ୍ସ, ଗ୍ରୀନ୍‌ ମଟର, ତରଭୁଜ, ପାଳଙ୍ଗ, କିସ୍‌ମିସ୍‌ରେ ଆଇରନ୍‌ର ମାତ୍ରା ପ୍ରଚୁର ପରିମାଣରେ ଥାଏ। ତେଣୁ ଖାଦ୍ୟରେ ଏହିସବୁ ଜିନିଷ ସାମିଲ କରନ୍ତୁ।

ଡାକ୍ତରଙ୍କ ପରାମର୍ଶରେ ଆଇରନ୍‌ ଔଷଧ ସେବନ କରନ୍ତୁ।