ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

‘‘ଆମେ ନିଜେ ସଚେତନ ହେଲେ ଆମ ପରିବାର, ଆମ ସମାଜ ସଚେତନ ହେବ, ଆମ ପୃଥିବୀ କରୋନା ମୁକ୍ତ ହେବ। ତେଣୁ ସମସ୍ତେ କୋଭିଡ ଉପଯୋଗୀ ନିୟମ ପାଳନ୍ତୁ। ମାସ୍କ ପିନ୍ଧନ୍ତୁ, ହାତକୁ ବାରମ୍ବାର ଧୁଅନ୍ତୁ, ଅତି ଜରୁରୀ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଏହାସହିତ ଏହି ମହାମାରୀ ସମୟରେ ପରସ୍ପରକୁ ସହଯୋଗର ହାତ ବଢ଼ାନ୍ତୁ। ଅନ୍ୟର ମୁହଁରେ ହସ ଫୁଟାନ୍ତୁ’’, ‘କେତେ ନୂଆ ବାଟ’ ଭିଡିଓ ସିରିଜରେ ଯୋଗ ଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହା କହିଛନ୍ତି।

kete nua bata_many new paths card

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏଥିରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଡ଼ି ହୋଇ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇଛନ୍ତିା

ସେ ଆହୁରି ମଧ୍ୟ କହିଛନ୍ତି, ‘‘ସମାଜ ପ୍ରତି ଆମର ଅନେକ ଦାୟିତ୍ୱ ଓ କର୍ତ୍ତବ୍ୟ ଅଛି। ତେଣୁ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ଏହି ସମୟରେ ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଉଚିତ। ତେଣୁ ଆମର ଯେତିକି ସାମର୍ଥ୍ୟ ସେହି ଅନୁସାରେ ଆମେ ସମସ୍ତଙ୍କୁ ସହାୟତା କରିବା ଆବଶ୍ୟକ। ଆମର ଛୋଟିଆ ପ୍ରୟାସ ଅନେକଙ୍କ ମୁହଁରେ ହସ ଫୁଟାଇପାରେ’’।

କୋଭିଡ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।