covid vaccine

ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି

କୋଭିଡ୍ ସମୟରେ ଲୋକମାନଙ୍କ ମନରେ ବିଭିନ୍ନ ଦିଗକୁ ନେଇ ଭୟ ସୃଷ୍ଟି ହେଉଛି। ଏହାର ଶିକାର ହୋଇ ଲୋକମାନେ ଅସାମାଜିକ କାର୍ଯ୍ୟକଳାପ ଘଟାଇବା ସହିତ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇଥାନ୍ତି। ତେଣୁ ଏହି ସମୟରେ କୋଭିଡ୍‌କୁ ହେୟ ଜ୍ଞାନ ନକରି ଅଯଥା ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି କଟକ ଉତ୍କର୍ଷ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶାରଦା ପ୍ରସନ୍ନ ସ୍ୱାଇଁ।

କୋଭିଡ୍ ମହାମାରୀ ସମୟରେ ଲୋକମାନେ ଆତଙ୍କିତ ନହୋଇ ଏହାର ସାମ୍ନା କରିବାକୁ ଉଭୟ ସରକାରୀ ଓ ପ୍ରଶାସନିକ ସ୍ତରରେ ପରାମର୍ଶ ଦିଆଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି। କୋଭିଡ୍ କାଳରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। କୋଭିଡ୍‌କୁ ନେଇ ଲୋକମାନଙ୍କ ମନରେ ଉଠୁଥିବା ଛୋଟ ବଡ଼ ସମସ୍ତ ପ୍ରଶ୍ନର ସମାଧାନ ପାଇଁ କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ କରାଯାଉଛି । ପ୍ରତିଦିନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀମାନେ ଲୋକମାନଙ୍କୁ କୋଭିଡ୍ ସମ୍ବନ୍ଧୀୟ ଅନେକ ତଥ୍ୟ ଦେବା ସହିତ ସେମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି।

କୋଭିଡ୍ ସମୟରେ ମାନସିକ ସ୍ୱାସ୍ଥ୍ୟର କିଭଳି ଯତ୍ନ ନେବେ, ସେ ସମ୍ପର୍କରେ ଜନସାଧାରଣଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଫେସର ଶାରଦା ପ୍ରସନ୍ନ ସ୍ୱାଇଁ।

ବର୍ତ୍ତମାନ ସମୟରେ ରୋଗୀ ଓ ତା’ର ସମ୍ପର୍କୀୟଙ୍କ ଭିତରେ କ’ଣ କ’ଣ ସାଧାରଣ ସମସ୍ୟା ଦେଖା ଦେଉଛି?

କୋଭିଡ୍‌କୁ ନେଇ ସମସ୍ତଙ୍କ ମନରେ ଭୟ ରହିଛି। ଲକ୍‌ଡାଉନ୍ ସଟ୍‌ଡାଉନ ସମୟରେ କୋଭିଡ୍ ସମ୍ବନ୍ଧୀୟ ଉପଯୁକ୍ତ ତଥ୍ୟ ସମସ୍ତେ ଜାଣିବା ଦରକାର। ଯେହେତୁ ସମସ୍ତେ ଘର ଭିତରେ ଏକାଠି ରହୁଛନ୍ତି, ତେଣୁ ଭୟ ଲାଗିବା ଏବଂ ଛାନିଆ ହେବା ସ୍ୱାଭାବିକ୍। ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହା ସମ୍ପୂର୍ଣ୍ଣ ଠିକ୍ ହୋଇପାରିବ।

insomnia

ଅଧିକ ପଢ଼ନ୍ତୁ: ପେଟରେ ଯନ୍ତ୍ରଣା ହେବା କୋଭିଡ୍‌ର ନୂଆ ଲକ୍ଷଣ

ଅନେକ ଲୋକଙ୍କୁ ରାତିରେ ସଠିକ୍ ଭାବରେ ନିଦ ନ ହେବାର କାରଣ କ’ଣ?

ମାନସିକ ରୋଗୀ, ଛୋଟପିଲା, ବରିଷ୍ଠ ନାଗରିକ ଓ ଏକାଧିକ ରୋଗରେ ପିଡିତ ଥିବା ବ୍ୟକ୍ତିମାନେ କୋଭିଡ୍‌ରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଯେହେତୁ ଏମାନେ ଅନେକ ସମୟ ଧରି ଘରେ ରହିଥାନ୍ତି, ତେଣୁ ଏମାନଙ୍କ ନିକଟରେ ନିଦ୍ରାହୀନତା ଭାବ ମୁଖ୍ୟତଃ ଦେଖା ଦେଇଥାଏ। ଅନେକ ବ୍ୟକ୍ତିଙ୍କୁ ଏହି ସମୟରେ କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ। କିଛି କାର୍ଯ୍ୟ କରିବାପରେ ଖୁସି ଅନୁଭବ ନକରିବା, ଘରେ ମାନସିକ ଦୁର୍ବଳତା ଭିତରେ ରହିବା, ବେଡ୍‌ରେ ପଡ଼ି ରହିବା ଇତ୍ୟାଦି ଲକ୍ଷଣ ଦେଖା ଦେଇଥାଏ।

ଏହି ସମୟରେ ନିଜକୁ ଘର କାମରେ ନିୟୋଜିତ କରନ୍ତୁ। ଏହାପରେ ବି ଯଦି ଆପଣ ମାନସିକ ସ୍ତରରେ ଖୁସି ନାହାଁନ୍ତି, ତେବେ ନିକଟସ୍ଥ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ଜଣେ ମାନସିକ ରୋଗୀଙ୍କୁ କରୋନା ହେଲେ ତାଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ିବ?

ଯେତେବେଳେ ଜଣେ ଉଭୟ ମାନସିକ ଓ ଶାରୀରିକ ରୋଗରେ ଆକ୍ରାନ୍ତ ଅଛନ୍ତି, ଆଉ ତାଙ୍କର ମାନସିକ ଉଦ୍‌ବେଗ ଭାବ ବଢ଼ୁଛି, ସେହି ସମୟରେ ଷ୍ଟ୍ରେସ ହରମୋନ୍ ଅଧିକ କ୍ଷରଣ ହେବ। ଏହା ହେବା ଦ୍ୱାରା ତାଙ୍କର ପ୍ରତିରୋଧକ ଶକ୍ତି କମିଯିବ। ଫଳରେ ତାଙ୍କର ରୋଗ ଭଲ ହେବାର ସମ୍ଭାବନା କମିଯିବ। ତେଣୁ ଏହି ସମୟରେ ଭୟଭୀତ ହୁଅନ୍ତୁ ନାହିଁ।

ରୋଗୀର ମନୋବଳ ବଢ଼ାଇବାରେ ପରିବାର ସଦସ୍ୟଙ୍କ ଭୂମିକା କ’ଣ ରହିଛି?

ମାନସିକ ରୋଗ ଏଭଳି ଏକ ରୋଗ, ଯେଉଁଥିରେ ରୋଗୀର ଭୂମିକା ଅପେକ୍ଷା ପରିବାର ସଦସ୍ୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବାର ଲୋକଙ୍କ ଦ୍ୱାୟିତ୍ୱ ମାନସିକ ରୋଗୀକୁ ସଠିକ୍ ଭାବରେ ଔଷଧ ଦେବା, ଖାଦ୍ୟପେୟ ଠିକ୍‌ରେ ଦେବା, କରୋନା କଟକଣାକୁ ଯେଭଳି ମାନିବେ ସେଥିପ୍ରତି ଧ୍ୟାନ ଦେବା, ଏରୋବିକ୍ କରେଇବା, ଘର ଚାରିପଟେ ଶାରୀରକ କାର୍ଯ୍ୟରେ ନିୟୋଜିତ କରିବା।

mental health

ଅଧିକ ପଢ଼ନ୍ତୁ: କରୋନା ଦ୍ୱିତୀୟ ଲହରରେ ମାନସିକ ଅବସ୍ଥା

ମାନସିକ ରୋଗୀ କୋଭିଡ୍ ଆକ୍ରାନ୍ତ ହେଲେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କ’ଣ ରହିବ?

କମ୍ ଲକ୍ଷଣ ଥିଲେ ଜଣେ ମାନସିକ ରୋଗୀ ହସ୍ପିଟାଲ ନଯାଇ, ସୁସ୍ଥ ଲୋକଙ୍କ ଭଳି ହୋମ ଆଇସୋଲେସନରେ ରହିପାରିବେ। ସେହି ସମୟରେ ସେମାନଙ୍କୁ ଉଭୟ କୋଭିଡ୍ ଔଷଧ ସହ ମାନସିକ ରୋଗ ଔଷଧ ଖାଇବାକୁ ଦିଅନ୍ତୁ। ଯେଭଳି ସେ ରାତିରେ ସମ୍ପୂର୍ଣ୍ଣ ଭାବରେ ବିଶ୍ରାମ ନିଅନ୍ତି, ସେଥିପ୍ରତି ପରିବାର ସଦସ୍ୟ ଧ୍ୟାନ ଦେବା ଜରୁରୀ।

କୋଭିଡ୍ ସମୟରେ ଜଣେ ମାନସିକ ରୋଗୀ କିଭଳି ଚିକିତ୍ସା ପାଇବ?

୩୦ଟି ଜିଲ୍ଲାକୁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାନ ଯୋଗାଇ ଦିଆଯାଇଛି। ସେମାନଙ୍କ ପାିଁ ଏକ ଆଉଟ୍ ବାଉଣ୍ଡ କଲ୍ ସେଣ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯଦି ଏଥିରୁ କୌଣସି ସୁଫଳ ମିଳିଲା ନାହିଁ, ତେବେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଇନ୍ ବାଉଣ୍ଡ କଲ୍ ସେଣ୍ଟର ରହିଛି। ସେଠାକୁ ଫୋନ୍ କରି ମାନସିକ ରୋଗୀଙ୍କର ସମସ୍ୟା ସମ୍ପର୍କରେ କହିପାରିବେ। ଭ୍ରାମ୍ୟମାଣ ଗାଡ଼ି ସାହାଯ୍ୟରେ ରୋଗୀଙ୍କ ଘରେ ଔଷଧ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ ରହିଛି।

ମାନସିକ ରୋଗୀ କୋଭିଡ୍ ଟିକା ନେଇପାରିବେ କି?

ପ୍ରତ୍ୟେକ ମାନସିକ ରୋଗୀ ଅଲଗା ବ୍ୟକ୍ତିଙ୍କ ଭଳି କୋଭିଡ୍ ଟିକା ନେଇପାରିବେ। ଏଥିସହ ସମସ୍ତ କରୋନା କଟକଣାକୁ ପାଳନ କରିବେ।