ଥମିବାର ନାଁ ନେଉନି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏହିଭଳି ସ୍ଥିତିରେ ଅନେକ ଲୋକଙ୍କୁ ଅଫିସ୍ ଯିବାକୁ ପଡ଼ୁଥିବ। ତେବେ ଅଫିସ୍‌ରେ କିପରି ନିଜକୁ ସୁରକ୍ଷିତ ରଖିବେ ଜାଣନ୍ତୁ।  

ସାବଧାନତା ଅବଲମ୍ବନ କରି କାମ କରନ୍ତୁ 

  • ଅଫିସ୍‌ରେ ନିଜ ସିଟ୍‌ରେ ବସିବା ପରେ କମ୍ପ୍ୟୁଟରକୁ ଭଲ ଭାବେ ସଫା କରିବା ସହ ହାତରେ ସାନିଟାଇଜର ଲଗାଇ କାମ ଆରମ୍ଭ କରନ୍ତୁ। 
  • ଜରୁରୀ ନଥିଲେ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ ନାହିଁ। 
  • ଲଞ୍ଚ୍ କରିବା ସମୟରେ ସବୁଠୁ ଅଧିକ ସତର୍କ ରହିବା ଜରୁରୀ। କାରଣ ଏହି ସମୟରେ ପ୍ରାୟ ଅଫିସ୍‌ର କର୍ମଚାରୀ ଏକାଠି ବସି ଭୋଜନ କରିଥା’ନ୍ତି। ଏପରି କରିବା ଫଳରେ କରୋନା ହେବାର ଆଶଙ୍କା ରହିଛି। 
  • ଅଫିସରେ ସାମାଜିକ ଦୂରତା ବଜାୟ ରଖନ୍ତୁ। 
  • ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟର, ମାଉସ୍‌, ପ୍ରିଣ୍ଟର, ଜେରକ୍ସ ମେସିନ୍‌ ଅନ୍ୟମାନଙ୍କୁ ଯେତେ କମ ବ୍ୟବହାର କରିବାକୁ ଦେବେ ଭଲ। ଯଦି କିଏ ବ୍ୟବହାର କରୁଛନ୍ତି, ତାହାହେଲେ ହାତକୁ ସାନିଟାଇଜ୍‌ କରନ୍ତୁ।
  • ଅଫିସକୁ ପ୍ରବେଶ କରିବା ଏବଂ ବାହାରିବା ସମୟରେ ସଠିକ ଭାବେ ସାନିଟାଇଜ ହୁଅନ୍ତୁ। 
  • ସହଯୋଗୀ ଏବଂ ସିନିୟରଙ୍କ ସହ କଥା ହେବା ସମୟରେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ। 
  • ଥରେ ଅଫିସରେ ପ୍ରବେଶ କରିବା ପରେ ସମସ୍ତ କାମ ସାରି ବାହାରକୁ ଆସିବା ପାଇଁ ଚେଷ୍ଟା କରନ୍ତୁ। ବାରମ୍ବାର ଯିବା ଆସିବା କରିବା ଫଳରେ ଅସୁବିଧା ହୋଇପାରେ। 
  • ଘରକୁ ଫେରିବା ପରେ ପ୍ରଥମେ ଡ୍ରେସ କାଢ଼ି ଉଷୁମ ପାଣିରେ ହାତ ଗୋଡ଼ ପୋଛିବା ପରେ ଅନ୍ୟ କାମ କରିବା ଉଚିତ। 
  • ଏହି ସବୁ ସାବଧାନତା ବଜାୟ ରଖିବା ଦ୍ୱାରା କରୋନାର ବିପଦରୁ ଆପଣ ଏବଂ ଆପଣଙ୍କ ପରିବାର ମୁକ୍ତ ହୋଇପାରିବେ ।