ସମଗ୍ର ବିଶ୍ୱରେ କରୋନା ପ୍ରଭାବ ଜାରି ରହିଛି। ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଲୋକଙ୍କୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ତେବେ ଘରେ ରହୁଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ।

sanitizer

 

ହାତ ଧୁଅ, ସାନିଟାଇଜର ବ୍ୟବହାର କର: ଯଦି ଆପଣ ଘରେ ଅଛନ୍ତି ତାହଲେ ବି ଆପଣଙ୍କୁ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ନିୟମିତ ବ୍ୟବଧାନରେ ହାତକୁ ଭଲ ଭାବେ ଧୁଅନ୍ତୁ। ଯଦି ଆପଣ ଘରେ କାମ କରୁଛନ୍ତି ଲାପଟପ୍, ମୋବାଇଲ୍ ଏବଂ ପ୍ରିଣ୍ଟରକୁ ସ୍ପର୍ଶ କରୁଛନ୍ତି ବ୍ୟବହାର ପୂର୍ବରୁ ଏବଂ ପରେ ଏହାକୁ ହାତ ସଫା କରନ୍ତୁ।

girl cooking in kitchen

 

ଘରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ: ଯଦି ଆପଣ ଘରେ ଅଛନ୍ତି, କେବଳ ଘରେ ତିଆରି ଖାଦ୍ୟ ବ୍ୟବହାର କରନ୍ତୁ। ବାହାରୁ ଖାଦ୍ୟ ଅର୍ଡର କରିବା ଠାରୁ ଦୂରେଇ ରୁହନ୍ତୁ। ଘରେ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ। ଖାଦ୍ୟ ପ୍ରସ୍ତୁତ କଲା ବେଳେ ଅଧିକ ଯତ୍ନବାନ ହୁଅନ୍ତୁ।

clean house

ଘରକୁ ପରିଷ୍କାର କରନ୍ତୁ: କରୋନା ପ୍ରଭାବରୁ ନିଜକୁ ଓ ନିଜ ପରିବାରକୁ ଦୂରେଇ ରଖିବା ପାଇଁ ହେଲେ ନିଜ ଘରକୁ ବି ପରିଷ୍କାର ରଖିବା ଜରୁରୀ। ତେଣୁ ନିୟମିତ ବ୍ୟବଧାନରେ ଘର ଚଟାଣ ଏବଂ କାନ୍ଥକୁ ସଫା କରନ୍ତୁ। ଯଦି କେହି ବାହାର ଲୋକ ଆପଣଙ୍କ ଘରକୁ ଆସୁଛନ୍ତି ତେବେ ସେ ଦିଗରେ ବି ବିଶେଷ ଧ୍ୟାନ ଦିଅନ୍ତୁ। ଘରକୁ ସଫା କରିବା ପରେ ନିଜେ ସାବୁନରେ ହାତ ଧୋଇ ଦିଅନ୍ତୁ।

corona safety message

ଯଦି ଆପଣ ଘରେ ଅଛନ୍ତି ଓ ଘର ବାହାରକୁ ବୁଲାବୁଲି କରିବା ପାଇଁ ଯାଉନାହାନ୍ତି ତେବେ ଘରେ ବ୍ୟାୟାମ କରିବା ଭଲ। ଏଥିସହିତ ଗୃହ ପାଳିତ ପଶୁଙ୍କଠାରୁ ବି ଆପଣ ଦୂରତା ରକ୍ଷା କରନ୍ତୁ। କରୋନା ଭାଇରସ ପାଇଁ କୌଣସି ଚିକିତ୍ସା ପଦ୍ଧତି ନବାହାରିଥିବାରୁ ସଚେତନତା ହିଁ ଏହାର ମୂଳ ଔଷଧ।