ଫୁସ୍‌ଫୁସ୍‌ରେ ପାଣି ଜମା ହେବାର କାରଣ କ’ଣ? ଏହାର ଲକ୍ଷଣ, ପରୀକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କଠାରୁ ଆସନ୍ତୁ ଜାଣିବା।

ଫୁସ୍‌ଫୁସ୍‌ରେ ବାହାର ପରଦାରେ ପ୍ରଦାହ ବା ସଂକ୍ରମଣ ହେଲେ ସେଥିରୁ ପାଣି ବାହାରି ଛାତି ଓ ଫୁସ୍‌ଫୁସ୍‌ ମଝିରେ ଜମା ହେବାକୁ ପଲମୋନାରି ଏଡିମା କୁହାଯାଏ।

କର୍କଟ ଭୂତାଣୁ ଫୁସ୍‌ଫୁସ୍‌ର ବାହାର ପରଦା ବା ପ୍ଲିଉରାରେ ପହଞ୍ଚିଲେ ସେଠାରେ ପାଣି ନିର୍ଗତ ହୁଏ ଫଳରେ ଫୁସ୍‌ଫୁସ୍‌ରେ ପାଣି ଜମେ। ଛାତିରେ ପାଣି ଜମିବାର ୨ଟା ମୁଖ୍ୟ କାରଣ ହେଉଛି ଟ୍ୟୁବରସ୍‌ ସ୍କ୍ରେରୋସିସ୍‌ (Tuberous sclerosis) ଏବଂ କ୍ୟାନ୍‌ସର।

ଏଭଳିକ୍ଷେତ୍ରରେ ଛାତିରୁ ପାଣି କାଢ଼ି ସିଟି ସ୍କାନ କରି ଦେଖାଯାଏ ଯେ କର୍କଟ ହୋଇଛି କି ନାହିଁ।

ଏହାଛଡ଼ା ହାର୍ଟ ଫେଲ୍ୟୁୟର ହେଲେ କିମ୍ବା ଲିଭର ଫେଲ୍ୟୁୟର ହେଲେ ପେଟରୁ ପାଣି ଛାତିକୁ ଯାଏ, ଫଳରେ ଛାତିରେ ପାଣି ଜମେ।

ଫୁସ୍‌ଫୁସ୍‌ରେ ପାଣି ଜମିଲେ କ’ଣସବୁ ଲକ୍ଷଣ ଜଣାପଡ଼େ? (Symptoms of excess fluid in the lungs in Odia)

ଛାତିରେ ପାଣି ଜମା ହେବା ଆରମ୍ଭରୁ ଛାତି ଦରଜ ହୋଇପାରେ। ହେଲେ ଅଧିକ ପାଣି ଜମିଗଲେ ଛାତି ଦରଜ କମିଯାଏ ଏବଂ ବ୍ୟକ୍ତିଙ୍କୁ ଧଇଁସଇଁ ହେବା ଭଳି ଲକ୍ଷଣ ଜଣାପଡ଼େ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ

ଫୁସ୍‌ଫୁସ୍‌ରେ ପାଣି ଜମିବାର ପରୀକ୍ଷଣ (Test for excess fluid in the lungs in Odia)

ଛାତିରେ ପାଣି ଜମିଛି କି ନାହିଁ ଜାଣିବା ପାଇଁ ଛୋଟିଆ ଛୁଞ୍ଚିରେ ପାଣି କାଢ଼ିକି ପରୀକ୍ଷା କରାଯାଏ। ଯଦି ବହୁତ ବେଶୀ ପାଣି ଅଛି, ତେବେ ପୂରା ପାଣି କଢ଼ାଯାଏ।

ଯଦି କର୍କଟ ଥିବାର ସନ୍ଦେହ କରାଯାଏ, ତାହାହେଲେ ପୂରା ପାଣି କଢ଼ାଯାଇ ସିଟି ସ୍କାନ କରାଯାଏ।

ଫୁସ୍‌ଫୁସ୍‌ରେ ପାଣି ଜମିଥିଲେ କେମିତି ହୁଏ ଚିକିତ୍ସା? (Treatment if there is fluid accumulation in the lungs in Odia)           

ରୋଗୀର ସମସ୍ୟା ଦେଖି ତା’ର ଚିକିତ୍ସା ଭିନ୍ନ ଭିନ୍ନ। ଯଦି ଟିବି ଯୋଗୁଁ ଛାତିରେ ପାଣି ଜମିଥାଏ ତେବେ ଟିବି ଔଷଧ ଦିଆଯାଏ। ୧୫ରୁ ମାସେ ଭିତରେ ଛାତିରୁ ପାଣି ଶୁଖିଯାଏ ଏବଂ ଛଅ ମାସ ବେଳକୁ ସମ୍ପୂର୍ଣ୍ଣ ଭଲ ହୋଇଯାଏ।

ବାରମ୍ବାର ଛାତିରେ ପାଣି ଜମିଲେ ଓ ଧଇଁସଇଁ ଲାଗିଲେ, ଛାତିରେ ଟ୍ୟୁବ୍‌ ଲଗାଇ ପାଣି ବାହାର କରାଯାଏ। ଥରେ ପାଣି ବାହାରିଗଲେ, ସେଠାରେ ଏକ ଅଠା ଭଳି ଔଷଧ ଦେଇ ସିଲ୍‌ କରାଯାଏ। ଫଳରେ ସେହି ଜାଗାରେ ପାଣି ରହିପାରିବ ନାର୍ହିଁ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ଆସ୍ଥମା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

କ’ଣ ରହିଛି ଜଟିଳତା? (Complications of fluid accumulation in the lungs in Odia)

ଟିବି କାହାକୁ, କେବେ ଓ କେତେବେଳେ ହେବ ତାହା କହିହେବ ନାହିଁ। ତେଣୁ ଏହି ସମସ୍ୟା ହେଲେ ଏହାର ପରୀକ୍ଷା କରି ଚିକିତ୍ସା କରିବା ସମ୍ଭବ।

ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)

ଧଇଁସଇଁ ହେବା ଭଳି ଲକ୍ଷଣ ଦେଖାଦେଲେ ଲୋକେ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି। ଏଭଳି କ୍ଷେତ୍ରରେ ଏକ୍ସରେ କରି ଦେଖାଯାଏ ଯେ, ଫୁସ୍‌ଫୁସ୍‌ର କେଉଁ ପଟେ ପାଣି ଜମିଛି। ଏହାପରେ କ’ଣ ପାଇଁ ପାଣି ଜମିଛି ତାର ପରୀକ୍ଷା କରାଯାଏ। ଏହି ପରୀକ୍ଷାରୁ ଜଣାପଡ଼େ ଯେ ଏହା କେଉଁ ରୋଗ କାରଣରୁ ହୋଇଛି। ଥରେ ଏହାର କାରଣ ଜାଣିପାରିଲେ, ତାର ଚିକିତ୍ସା କରିବା ସହଜ ହୋଇଥାଏ।

(ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ସହିତ ଡାକ୍ତର ସମୀର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Pulmonary Edema, in Odia language, is based on an extensive interview with a Pulmonologist Dr Samir Sahu.