ବିଭିନ୍ନ ତେଲ କେବଳ କେଶ ପାଇଁ ନୁହେଁ ବରଂ ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ କେଉଁ ତେଲ କିପରି ବ୍ୟବହାର କରିବା।

oil for face care

ବର୍ତ୍ତମାନ ସମୟରେ ଲକଡାଉନ ଏବଂ ସଟଡାଉନ ହେତୁ ଘରେ ରହିବାକୁ ସୁଯୋଗ ମିଳୁଛି। ଏହି ସମୟରେ ଆମେ ନିଜ ତ୍ୱଚା ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। ପ୍ରାୟ ସମସ୍ତଙ୍କ ଘରେ ବିଭିନ୍ନ ତେଲ ଆରାମରେ ମିଳିପାରିବ। ତେଣୁ ଏହି ସବୁ ତେଲ ବ୍ୟବହାର କରି ଆମେ ଆମ ତ୍ୱଚାକୁ ସୁନ୍ଦର ଏବଂ ସୁସ୍ଥ ରଖିପାରିବା।

ନଡ଼ିଆ ତେଲ (Coconut oil for face care in odia)

ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ କିମ୍ବା ତେଲିଆ ନୁହେଁ ତେବେ ନିୟମିତ ନଡ଼ିଆ ତେଲର ମୁହଁରେ ମାଲିସ କରନ୍ତୁ। ରାତିରେ ଶୋଇବା ସମୟରେ ଏହି ତେଲକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ। ସକାଳେ ଆପଣଙ୍କ ମୁହଁ ଗ୍ଲୋ କରିଥାଏ।

ରାଶି ତେଲ ( Til or sesame oil for face care in odia)

ରାଶି ତେଲକୁ ଶରୀର ମସାଜ ପାଇଁ ବ୍ୟବହାର କରାଯାଏ। ଏହା ବହୁତ ପତଳା ତେଲ ହୋଇଥିବାରୁ ଚର୍ମରେ ଲାଗିବା ପରେ ମଧ୍ୟ ଜଣାପଡ଼ିନଥାଏ। ରାଶି ତେଲରେ ବହୁ ପରିମାଣର ପୋଷକତତ୍ତ୍ୱ ଓ ରୋଗ ଉପଚାର ଶକ୍ତି ରହିଛି। ପ୍ରତିଦିନ ଏହି ତେଲକୁ ଶରୀରରେ ମସାଜ କରିବାଦ୍ୱାରା ଚର୍ମ ଚିକ୍କଣ ରୁହେ। ଏହାଛଡ଼ା ଏହି ତେଲରେ ପ୍ରସ୍ତୁତ ଏସପିଏଫ ୪ ସନସ୍କ୍ରିନ ମୁହଁରେ ମଧ୍ୟ ବ୍ୟବହାର ଉପଯୋଗୀ ହୋଇଥାଏ। ରାଶି ତେଲରେ ଆଣ୍ଟିଅକ୍ସିଡାଣ୍ଟ , ଆଣ୍ଟି ମାଇକ୍ରୋବିଆଲ, ଆଣ୍ଟି-ଇନଫ୍ଲାମେଟାରୀ ଗୁଣ ରହିଛି। ତେଣୁ ମୁହଁର ଫ୍ରି-ରାଡିକଲ ଏବଂ କ୍ଷତିକାରକ ଅଣୁଜୀବ ଯାହା ମୁହଁରେ କ୍ଷତି ପହଞ୍ଚାଇ ଥାଏ, ସେସବୁକୁ ଏହି ତେଲ ନଷ୍ଟ କରିଦେଇଥାଏ। ହାତର କିମ୍ବା ମୁହଁର ଅଳ୍ପ ଅଂଶରେ ତୁଲା ସାହାଯ୍ୟରେ ପ୍ରଥମେ ଏହି ତେଲକୁ ଲଗାନ୍ତୁ। ଯଦି କୌଣସି ଅସୁବିଧା ହେଉନାହିଁ ତେବେ ଏହାକୁ ମୁହଁରେ ଭଲ ଭାବେ ଲଗାଇପାରିବେ।

oil for face care

ଆଲମଣ୍ଡ ତେଲ (Almond oil for face care in odia)

ଚର୍ମ ପାଇଁ ଆଲମଣ୍ଡ ତେଲ ବେଶ ଲାଭଦାୟକ। ଚର୍ମ ଶୁଖି ଯାଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ। ଏହି ତେଲ ସବୁ ପ୍ରକାର ଚର୍ମ ପାଇଁ ଉପଯୋଗୀ। ବିଶେଷ କରି ଯେଉଁମାନଙ୍କର ସେନସିଟିଭ୍ ସ୍କିନ ରହିଛି, ଏହି ତେଲ ଲଗାଇବା ଫଳରେ ଚର୍ମରେ ଉଜ୍ଜ୍ୱଳ ଆସିଥାଏ। ଆଲମଣ୍ଡ ତେଲ ଆଖି ତଳ କଳା ଦାଗ ଦୂର କରିବା ସହ ସ୍କିନ ଟୋନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ମେକଅପ ଛଡ଼େଇବା ପାଇଁ ଆପଣ ଏହି ତେଲକୁ ରିମୋଭର ଭାବେ ବ୍ୟବହାର କରିପାରିବେ। ଅନେକଙ୍କର ବାଦାମ ଦ୍ଵାରା ଆଲର୍ଜି ହୋଇଥାଏ। ତେଣୁ ପ୍ରଥମେ କହୁଣୀ କିମ୍ବା ହାତ ଉପର କିଛି ଅଂଶରେ ତେଲ ବ୍ୟବହାର କରନ୍ତୁ। ଯଦି ଏଥିରୁ ସୁଫଳ ମିଳୁଛି ତେବେ ଆପଣ ଏହି ତେଲକୁ ମୁହଁରେ ବ୍ୟବହାର କରନ୍ତୁ।

oil for face care

ଜଡ଼ା ତେଲ (Caster oil for face care in odia)

ସାଧାରଣତଃ ଜଡ଼ା ତେଲକୁ କେଶରେ ବ୍ୟବହାର କରାଯାଇଥାଏ। ଏହି ତେଲକୁ ଆପଣ ଏହି ଆଖି ପତା ଓ ଆଖିର ଭ୍ରୁଲତାକୁ ଗାଢ଼ ରଙ୍ଗ ଏବଂ ଅଧିକ ଘନ କରିବା ପାଇଁ ମଧ୍ୟ ଲଗାଇପାରିବେ। ଦିନ ସମୟରେ ଏକ ତୁଳାରେ କିଛି ଜଡ଼ା ତେଲ ନେଇ ଆଖିପତାରେ ଲଗାଇ ଛାଡ଼ି ଦିଅନ୍ତୁ। କିନ୍ତୁ ଏହାକୁ ଭୁଲରେ ବି ରାତିରେ ଲଗାଇ ଶୋଇବେ ନାହିଁ। ଜଡ଼ା ତେଲରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହାକୁ ଲଗାଇବା ଫଳରେ ମୁହଁରେ କୁଞ୍ଚନ ପଡ଼ିନାଥଏ। ଏଥିରେ ଆଣ୍ଟିବ୍ୟାକ୍ଟେଟିଆଲ ଗୁଣ ଥିବାରୁ ମୁହଁ ବ୍ରଣ ହେବାର ଆଶଙ୍କା କମ ରହିଛି। ଜଡ଼ା ତେଲରେ ଥିବା ଆଣ୍ଟି-ଇନଫ୍ଲାମେଟାରୀ ଗୁଣ ମୁହଁରେ ଅନାବଶ୍ୟକ ମାଂସପେଶୀକୁ ଦୂର କରିଥାଏ। ଓଠରେ ଜଡ଼ା ତେଲ ବ୍ୟବହାର କରିବା ଫଳରେ ଓଠ ଫାଟି ନଥାଏ।

oil for face care

ଅଲିଭ ତେଲ (olive oil for face care in odia)

ଅଲିଭ ତେଲ ତ୍ୱଚା ପାଇଁ ଲାଭଦାୟକ। ଏଥିରୁ ଭିଟାମିନ-ଇ ମିଳିଥାଏ। ରାତିରେ ଶୋଇବା ସମୟରେ ଏହି ତେଲକୁ ମାଲିସ କରନ୍ତୁ। ଅଲିଭ ଅଏଲ ଲଗାଇଲେ ତ୍ୱଚା ସୁନ୍ଦର ହେବା ସହ କଳା ଦାଗ ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ମାଇକ୍ରୋବିଆଲ ଗୁଣ ମୁହଁର ଚର୍ମରେ ଚମକ ଆଣିଥାଏ। ଅଲିଭ ତେଲଯୁକ୍ତ ସାବୁନ, ବଡି ଓ୍ଵାସ ଏବଂ ଫେସ ଓ୍ଵାସ ବ୍ୟବହାର କରନ୍ତୁ। ଆପଣ ଏହି ତେଲରେ କୌଣସି ଦ୍ରବ୍ୟ ନ ମିଶାଇ ସିଧାସଳଖ ତୁଳା କିମ୍ବା ସଫା କପଡ଼ା ସାହାଯ୍ୟରେ ମୁହଁରେ ଲଗାଇପାରିବେ।