ନିୟମିତ ପଦ୍ମାସନ କରିବା ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ। ଖାଲି ସେତିକି ନୁହେଁ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହି ଆସନ ବେଶ ଲାଭଦାୟକ।

padmasan exerciseପଦ୍ମ ଫୁଲର ଅନ୍ୟ ନାମ କମଳ ଫୁଲ ହୋଇଥିବାରୁ କେତେକ ଲୋକ ପଦ୍ମାସନକୁ କମଳ ଆସନ ମଧ୍ୟ କୁହନ୍ତି। ସାଧାରଣତଃ ଧ୍ୟାନ କରିବା ସମୟରେ ପଦ୍ମାସନ କରାଯାଇଥାଏ। ଏହି ଆସନରେ ଶରୀର ପଦ୍ମଫୁଲ ପରି ଦେଖାଯାଉଥିବାରୁ ଏହାକୁ ପଦ୍ମାସନ କୁହାଯାଏ।

ପଦ୍ମାସନ ଉପକାରିତା

ନିୟମିତ ପଦ୍ମାସନ ଅଭ୍ୟାସ କରୁଥିବା ବ୍ୟକ୍ତିଙ୍କ ମନୋବଳ ଦୃଢ଼ ହୋଇଥାଏ।

ଏହି ଆସନ କରିବା ଫଳରେ ଆଣ୍ଠୁ ଏବଂ ଜଙ୍ଘର ନମନୀୟତ ଏବଂ ଫ୍ଲେକ୍ସିବଲ ବଢ଼ିଥାଏ।

ପଦ୍ମାସନ କରିବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଏହି ଆସନ ପ୍ରତିଦିନ କରିବା ଫଳରେ ମହିଳାମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ଏବଂ ସାଇକଟିକା ଦୂର ହୋଇଥାଏ।

ଗର୍ଭାବସ୍ଥାରେ ଏହି ଆସନ ଉଭୟ ଶିଶୁ ଏବଂ ମହିଳାମାନଙ୍କ ପାଇଁ ଭଲ।

କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ପୀଡ଼ିତ ହୋଇଥିଲେ ପଦ୍ମାସନ କରନ୍ତୁ। ଏଭଳି କରିବା ଫଳରେ ସୁଫଳ ମିଳିଥାଏ।

ପଦ୍ମାସନ କରିବି ଫଳରେ ପାଚନ କ୍ରିୟାରେ ଉନ୍ନତି ଆସିଥିବା।

କାଶ, ଶ୍ଵାସ ଓ ରୋଗୀମାନେ ନିୟମିତ ପଦ୍ମାସନ କଲେ କିଛିଦିନ ପରେ ରୋଗ ଭଲ ହୋଇଥାଏ।

ବାତଜ୍ୱର ଓ କୃମି ରୋଗୀମାନେ ପଦ୍ମାସନ କଲେ ଅଳ୍ପଦିନରେ ରୋଗ ଭଲ ହୋଇଥାଏ।

padmasan exerciseପଦ୍ମାସନ କିପରି କରିବେ?

ପ୍ରଥମେ ଆସନ ପକାଇ ସମତଳ ସ୍ଥାନରେ ବସନ୍ତୁ।

ତା’ ପରେ ଡାହାଣ ଗୋଡ଼କୁ ଭାଙ୍ଗି ବାମ ଜଙ୍ଘ ଉପରେ ରଖନ୍ତୁ।ତାପରେ ବାମ ଗୋଡ଼କୁ ଭାଙ୍ଗି ଡାହାଣ ଜଙ୍ଘ ଉପରେ ରଖି ସିଧାଭାବେ ବସନ୍ତୁ।

ମୁଣ୍ଡ ଏବଂ ମେରୁଦଣ୍ଡକୁ ସିଧା କରି ରଖନ୍ତୁ।

ଆପଣ ୧୦-୧୫ ମିନିଟ ପର୍ଯ୍ୟନ୍ତ ପଦ୍ମାସନରେ ବସିପାରିବେ।

ସତର୍କତା

ଯେଉଁମାନେ ଆଣ୍ଠୁରେ ଯନ୍ତ୍ରଣା ହେଉଛି ସେମାନେ ପଦ୍ମାସନ କରିବା ଉଚିତ ନୁହେଁ।

ଯଦି ଆପଣଙ୍କର ଗୋଡ଼ରେ ଆଘାତ ଲାଗିଛି ତେବେ ପଦ୍ମାସନ କରନ୍ତୁ ନାହିଁ।

ନିଜର ଶାରୀରିକ କ୍ଷମତା ଠାରୁ ଅଧିକ ସମୟ ପଦ୍ମାସନରେ ବସିବା ଚେଷ୍ଟା କରନ୍ତୁ ନାହିଁ