child

ଗୋଟିଏ ଦିନରେ ଦୁଇରୁ ତିନି ଥର କିମ୍ବା ତା’ଠାରୁ ଅଧିକ ଥର ପତଳା ଝାଡ଼ା ହେଲେ ଶିଶୁ ଡାଇରିଆର ଶିକାର ହୋଇଥା’ନ୍ତି। ଡାଇରିଆ ହେଲେ ଶିଶୁଙ୍କ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ। ଯଦି ଠିକ୍‌ ସମୟରେ ଏହାର ଉପଚାର ନ କରାଯାଏ, ତେବେ ପରିସ୍ଥିତି ଜଟିଳ ହୋଇପଡ଼େ।

ଶିଶୁଙ୍କଠାରେ ଡାଇରିଆ ହେବାର କାରଣ (Causes of diarrhea in children in Odia)

ସାଧାରଣତଃ ଖାଦ୍ୟ ଓ ଜଳରେ ସ୍ୱଚ୍ଛତା ଅଭାବରୁ ଶିଶୁମାନଙ୍କର ତରଳ ଝାଡ଼ା ହୋଇଥାଏ। ୬ ମାସ ପର୍ଯ୍ୟନ୍ତ ପିଲାଙ୍କୁ ଡାଇରିଆ ହେବାର ମୂଖ୍ୟ କାରଣ ହେଉଛି ପ୍ରଦୂଷିତ ବୋତଲ ଦ୍ୱାରା ପିଆଯାଉଥିବା କ୍ଷୀର କିମ୍ବା ଅପରିଚ୍ଛନତା।

ସାଧାରଣତଃ ଡାଇରିଆ ଗ୍ରୀଷ୍ମ ଓ ବର୍ଷା ଋତୁରେ ଅଧିକ ହୋଇଥାଏ। କାରଣ ଏହି ଋତୁରେ ଜୀବାଣୁ ଅଧିକ ଶୀଘ୍ର ବଢ଼ିଥା’ନ୍ତି। ପ୍ରାୟ ଶିଶୁଙ୍କର ଭୂତାଣୁ ଏବଂ ଜୀବାଣୁ ସଂକ୍ରମଣ କାରଣରୁ ଡାଇରିଆ ହୋଇଥାଏ। ଏହି ଜୀବାଣୁ କ୍ଷୀର ବା କ୍ଷୀର ଖୁଆଉଥିବା ପାତ୍ର ମାଧ୍ୟମରେ ପେଟକୁ ଯାଇଥା’ନ୍ତି ଓ ଡାଇରିଆର ଲକ୍ଷଣ ସୃଷ୍ଟି କରିଥା’ନ୍ତି।

ଲକ୍ଷଣ: (Symptoms of diarrhea in children in Odia)

ଯଦି ବାରମ୍ବାର ଝାଡ଼ା ହେବା କାରଣରୁ ଶିଶୁଙ୍କ ଶରୀରରେ ଜଳର ମାତ୍ରା କମିଯାଏ, ତେବେ ପରିସ୍ରା କମ୍‌ ହୋଇଥାଏ।

ଶିଶୁଙ୍କ ଚେହେରାରେ ଉଜ୍ୱଳତା କମିଯାଏ।

ମୁହଁ ଶୁଖିଯାଏ।

ଅତ୍ୟଧିକ ଜଳର ଅଭାବ ଯୋଗୁଁ ଶିଶୁ ନିସ୍ତେଜ ହୋଇଯାଏ।

ଶିଶୁର ପେଟ ଫୁଲିଯାଏ, ଓଠ ଶୁଖିଯାଏ।

ଶିଶୁର ପରିସ୍ରା କମ୍‌ରୁ ଜାଣି ହୋଇଥାଏ ସମସ୍ୟା ବିଷୟରେ।

Child

ଉପଚାର

ଶିଶୁଙ୍କୁ ଡାଇରିଆରୁ ସୁରକ୍ଷିତ ରଖିବା ପାଇଁ ତାଙ୍କର କ୍ଷୀର, ପାଣି ଓ ତାଙ୍କ ଖାଦ୍ୟ ପଦାର୍ଥ ଉପରେ ବିଶେଷ ଧ୍ୟାନ ଦେବା ଦରକାର।

ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଶିଶୁକୁ ୧ ବର୍ଷ ଯାଏଁ ମା’ ସ୍ତନ୍ୟପାନ କରାନ୍ତୁ।

ଛୋଟ ପିଲାଙ୍କୁ ପରିଷ୍କାର ହାତରେ ଚାମଚ ଦ୍ୱାରା କ୍ଷୀର ଖୁଆନ୍ତୁ।

ଶିଶୁ ଯେପରି ଅପରିଷ୍କାର ହାତରେ ଚଟାଣରୁ କିଛି ନ ଥାଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ଶିଶୁମାନେ ପ୍ରାୟ ହାତକୁ ପାଟିରେ ପୁରାନ୍ତି, ଧ୍ୟାନ ଦିଅନ୍ତୁ ଯେପରି ସେମାନଙ୍କ ହାତ ପରିଷ୍କାର ଅଛି କି ନାହିଁ।

ରୋଷେଇ କରୁଥିବା ସ୍ଥାନକୁ ପରିଷ୍କାର ରଖନ୍ତୁ। ହାତକୁ ସାବୁନରେ ଧୋଇ ରୋଷେଇ କରନ୍ତୁ ଏବଂ ଶିଶୁଙ୍କୁ ଖାଦ୍ୟ ଖୁଆନ୍ତୁ।

ଶିଶୁଙ୍କର ନଖ କାଟନ୍ତୁ।

ଖାଦ୍ୟ ଖୋଲାରେ ରଖନ୍ତୁ ନାହିଁ।

ଖାଦ୍ୟରେ ମାଛି ବା ପୋକ ନ ବସେ ଧ୍ୟାନ ରଖନ୍ତୁ।

ପିଲାର ଦିନକୁ ତିନିରୁ ଅଧିକ ତରଳ ଝାଡ଼ା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଶିଶୁର ଡାଇରିଆ ଭଲ ହେବା ପରେ ଶିଶୁର ସ୍ତନ୍ୟପାନ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। କାରଣ ଶିଶୁର ବାରମ୍ବାର ଝାଡ଼ା ହେବା କାରଣରୁ ତା’ର ଶରୀର ଦୁର୍ବଳ ହୋଇଯାଇଥାଏ ଓ ଶରୀରରେ ପୋଷକ ତତ୍ୱର ଅଭାବ ହୋଇପାରେ। କୁପୋଷଣ କାରଣରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍‌ ହୋଇଯାଇଥାଏ। ଫଳରେ ଶିଶୁ ଅନ୍ୟ ରୋଗର ମଧ୍ୟ ଶିକାର ହୋଇପାରନ୍ତି।