ଜନ୍ମରୁ ୭ ବର୍ଷ ବୟସର ପିଲାମାନଙ୍କ ନିକଟରେ ଆଖି ରୋଗ ଆମ୍ବଲିଓପିଆ ଦେଖାଯାଇଥାଏ। ଏହା ଯୋଗୁଁ ଛୋଟ ବେଳେ ପିଲାମାନଙ୍କର ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଏ।

eyeଜୀବନର ପ୍ରାରମ୍ଭରେ ବା ଜନ୍ମ ପରେ ଭିଜୁଆଲ ବା ଦେଖିବା ଶକ୍ତିର ଅସ୍ୱାଭାବିକ ବିକାଶ ହେତୁ ଗୋଟିଏ ଆଖିରେ ଦୃଷ୍ଟି ଶକ୍ତି କମିଯାଏ। ଏହାକୁ ଆମ୍ବଲିଓପିଆ କିମ୍ବା ଲେଜି ଆଇ ବା ଅଳସୁଆ ଆଖି ବୋଲି କୁହାଯାଏ।

ସାଧାରଣତଃ ଆମ୍ବଲିଓପିଆ ଜନ୍ମରୁ ୭ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ। ଏହି ରୋଗ ପ୍ରଭାବରେ ଆଖିର ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ। ଆମ୍ବଲିଓପିଆ ପ୍ରାୟତଃ ଗୋଟିଏ ଆଖିକୁ ଆକ୍ରାନ୍ତ କରିଥାଏ। ମାତ୍ର ଅନେକ କ୍ଷେତ୍ରରେ ଏଥିପାଇଁ ଦୁଇଟି ଆଖି ଖରାପ ହୋଇଯାଇଥାଏ।

ଶୀଘ୍ର ନିରାକରଣ ଏବଂ ଚିକିତ୍ସା ମାଧ୍ୟମରେ ଆପଣଙ୍କ ଶିଶୁର ଦୃଷ୍ଟିଶକ୍ତି ସହିତ ଦୀର୍ଘକାଳୀନ ଆଖି ସମସ୍ୟାକୁ ରୋକି ହେବ। ଚଷମା କିମ୍ବା କଣ୍ଟାକ୍ଟ ଲେନ୍ସ, ପ୍ୟାଚିଂ ଥେରାପି ଦ୍ୱାରା ଏହି ରୋଗ ଭଲ ହୋଇପାରେ।

ଆମ୍ବଲିଓପିଆର ଲକ୍ଷଣ (Symptoms of Amblyopia in odia)

ଗୋଟିଏ ଆଖି ଭିତରକୁ ଯିବା ଏବଂ ବାହାରକୁ ବାହାରି ଆସିବା ପରି ମନେ ହେବା।

ଦୁଇଟି ଆଖି ସମାନ କାମ କରିନଥାନ୍ତି।

ମୁଣ୍ଡକୁ ଖରାପ ଧାରଣା ଆସିବା

ଆଖି ବନ୍ଦ ହୋଇଯିବା

ମୁଣ୍ଡ ବ୍ୟଥା ହେବା

eyeଆମ୍ବଲିଓପିଆର କାରଣ (Causes of Amblyopia in odia)

ଜନ୍ମ ପରେ କୌଣସି କାରଣରୁ ଅସ୍ୱାଭାବିକ ଭିଜୁଆଲ ବା ଦର୍ଶନ ଅନୁଭୂତି ହୋଇଥାଏ। ଯାହା ଫଳରେ ଆଖିର ରେଟିନା ଏବଂ ମସ୍ତିଷ୍କର ମଧ୍ୟରେ ଥିବା ସ୍ନାୟୁପଥ ପରିବର୍ତ୍ତନ ହୋଇଥାଏ। ଦୁର୍ବଳ ଆଖି କମ ଭିଜୁଆଲ୍ ସିଗନାଲ ଗ୍ରହଣ କରିଥାଏ। ମସ୍ତିଷ୍କ ଦୁର୍ବଳ ଆଖିଠାରୁ କୌଣସି ଭିଜୁଆଲ ସିଗନାଲ ନ ପାଇ ପାରିନଥାଏ। ଫଳରେ ଦୁଇଟି ଆଖି ଗୋଟିଏ ସମୟରେ କାମ କରିବାର କ୍ଷମତା ହ୍ରାସ ପାଇଥାଏ।

ଆଖି ଭିତରେ ଅଂଶରେ ଥିବା ମାଂସପେଶୀ ଅସନ୍ତୁଳନ ଯୋଗୁଁ ଆମ୍ବଲିଓପିଆ ଦେଖାଯାଇଥାଏ। କୌଣସି ଆଘାତ କିମ୍ବା ଚାପ କାରଣରୁ ଏହି ମାଂସପେଶୀ ବଢ଼ି ଯାଇ ଆଖି ଉପରେ ଏକ ପରଦା ତିଆରି କରିଥାଏ। ଅନେକ କ୍ଷେତ୍ରରେ ଏହି ମାଂସପେଶୀ ଅଧିକ ବଢ଼ି ଯାଇ ଆଖି ବାହାରକୁ ବାହାରିଆସେ। ଫଳରେ ଦୃଷ୍ଟି ଶକ୍ତି କମିଯିବା ସହ ଦୁଇଟି ଆଖି ଏକ ସମୟରେ କାମ କରିପାରନ୍ତି ନାହିଁ।

ଦୂରଦୃଷ୍ଟି ସମସ୍ୟାରେ ଶିକାର ବ୍ୟକ୍ତି ପରବର୍ତ୍ତୀ ସମୟରେ ଆମ୍ବଲିଓପିଆର ଆକ୍ରାନ୍ତ ହୋଇଥାନ୍ତି।

ଗ୍ଲାସ କିମ୍ବା କଣ୍ଟାକ୍ଟ ଲେନ୍ସର ଅତ୍ୟଧିକ ବ୍ୟବହାର ଯୋଗୁଁ ଏପରି ସମସ୍ୟା ଦେଖା ଦେଇଥାଏ।

eyeଛୋଟ ବେଳେ ଆଖିରେ ମୋତିଆ ବିନ୍ଦୁ ହୋଇଥିଲେ ଆମ୍ବଲିଓପିଆ ହେବାର ଆଶଙ୍କା ଥାଏ।

ସଠିକ ଭାବେ ପିଲା ଜନ୍ମ ନ ହୋଇଥିଲେ ପିଲା ନିକଟରେ ଏପରି ସମସ୍ୟା ଦେଖାଯାଇଥାଏ।

ଜନ୍ମ ସମୟରେ ପିଲାର ଆକାର ଛୋଟ ହୋଇଥିଲେ ପିଲା ପରେ ଆମ୍ବଲିଓପିଆର ଆକ୍ରାନ୍ତ ହୋଇଥାନ୍ତି।

ପରିବାରର କୌଣସି ସଦସ୍ୟଙ୍କର ଏହି ସମସ୍ୟା ଥିଲେ ପିଲାକୁ ହେବାର ଆଶଙ୍କା ବଢ଼ି ଯାଇଥାଏ।

କୌଣସି କାରଣ ଯୋଗୁଁ ଶାରୀରିକ ବିକାଶରେ ବାଧାପ୍ରାପ୍ତ ହେବା ଫଳରେ ଆମ୍ବଲିଓପିଆ ଦେଖାଯାଇଥାଏ।

ଆମ୍ବଲିଓପିଆର ଜଟିଳତା ( Complications of Amblyopia in odia)

ଦୃଷ୍ଟି ଶକ୍ତିରେ ହ୍ରାସ ପାଇଥାଏ।

ପାଠ ପଢ଼ାରେ ବାଧା

କାର୍ଯ୍ୟ କ୍ଷେତ୍ରରେ ସମସ୍ୟା

ସାମାଜିକ ପରିହାସର ସମ୍ମୁଖୀନ

eyeଆମ୍ବଲିଓପିଆର ଚିକିତ୍ସା ( Treatment of Amblyopia in odia)

ଡାକ୍ତରମାନେ ଦୁଇଟି ଆଖି ମଧ୍ୟରେ ଦୃଷ୍ଟି ଶକ୍ତି ଫରକ, ଦୂର ଦୃଷ୍ଟି ଏବଂ ଆଖିର ବିଭିନ୍ନ ଅଂଶ ବାବଦରେ ଜାଣିବା ପାଇଁ ବିଭିନ୍ନ ପରୀକ୍ଷା କରାଇଥାନ୍ତି।

ପ୍ରିଭର୍ବାଲ୍ ପିଲାମାନଙ୍କ ଆମ୍ବଲିଓପିଆ ଏବଂ ମୋତିଆବିନ୍ଦୁ ଚିହ୍ନଟ କରିବା ପାଇଁ ଏକ ଆଲୋକିତ ମ୍ୟାଗ୍ନିଫାଇଙ୍ଗ ଉପକରଣ ବ୍ୟବହାର କରିଥାନ୍ତି। ଚଳପ୍ରଚଳ କରୁଥିବା ବସ୍ତୁକୁ ଅନୁସରଣ କରିବାର କ୍ଷମତା ଅନୁସାରେ ପିଲାମାନଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯାଇଥାଏ।

୩ ବର୍ଷରୁ ଅଧିକ ପିଲାମାନଙ୍କର ଆମ୍ବଲିଓପିଆର ଚିକିତ୍ସା ପାଇଁ ଚିତ୍ର କିମ୍ବା ଅକ୍ଷର ବ୍ୟବହାର କରାଯାଇଥାଏ।

ସଠିକ ଚକ୍ଷୁ ଚଷମା କିମ୍ବା କଣ୍ଟାକ୍ଟ ଲେନ୍ସ ସମସ୍ୟା ଦ୍ୱାରା ଆମ୍ବଲିଓପିଆର ଦୂର ହୋଇଥାଏ।

ଆମ୍ବଲିଓପିଆର ଚିକିତ୍ସା ପାଇଁ ଡାକ୍ତର ଏକ ପ୍ରକାର ଆଖି ପ୍ୟାଚ ପିନ୍ଧିବାକୁ ଦେଇଥାନ୍ତି। ଆଖି ଉପରେ ୭-୮ ଘଣ୍ଟା ଏହି ପ୍ୟାଚ ପିନ୍ଧିବା ଫଳରେ ଆମ୍ବଲିଓପିଆ ଭଲ ହୋଇଥାଏ।

ଆଇସୋପଟୋ ଆଟ୍ରୋପାଇନ ନାମକ ଔଷଧ ଆମ୍ବଲିଓପିଆର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ।

ଆବଶ୍ୟକସ୍ଥଳେ ଆମ୍ବଲିଓପିଆ ଭଲ କରିବା ପାଇଁ ସର୍ଜରୀ ମଧ୍ୟ କରାଯାଇଥାଏ।