ଖରାଦିନେ ଘରୁ ବାହାରିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେଲେ, ଆପଣ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ।

how to take care of your skin after delivery

ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଗଲାଣି। ଝାଞ୍ଜି ପବନ ମଧ୍ୟ ବହୁଛି। ଖରାଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ସୁବିଧା ଉପାୟ ହେଉଛି ଅତ୍ୟଧିକ ଖରା ହେବା ସମୟରେ ଘରୁ ବାହାରନ୍ତୁ ନାହିଁ। ତଥାପି ଯଦି କାମ ଥାଏ, ତାହାହେଲେ କ’ଣ କରିବା? ଏତେ ଖରାରେ ମଧ୍ୟ ଲୋକମାନେ ନିଜ କାମ କରିବା ପାଇଁ ବାଧ୍ୟହୋଇ ବାହାରକୁ ଯିବା ଯୋଗୁଁ ପ୍ରଖର ସୂର୍ଯ୍ୟ କିରଣ ଓ ଗରମ ପବନର ସଂସ୍ପର୍ଶରେ ଆସିବା ଫଳରେ ଅଂଶୁଘାତ ହେବା ସହିତ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବା ସମ୍ଭାବନା ରହିଛି। ହେଲେ କେତେକ ସାଧାରଣ କଥା ପ୍ରତି ଧ୍ୟାନ ଦେଲେ ଆପଣ ଖରାଦିନରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଏହିପରି କେତେକ ଟିପ୍ସ ବିଷୟରେ ଜାଣିବା:

green peas paste for skin

  • ଖରା ଦାଉରୁ ରକ୍ଷା ପାଇବା ପାଇଁ ଘରୁ ବାହାରିବା ବେଳେ ସବୁବେଳେ ଏକ ଗ୍ଲାସ୍‌ ଥଣ୍ଡା ପାଣି ପିଇ ବାହାରନ୍ତୁ। ଏହାଦ୍ୱାରା ଅଂଶୁଘାତର ବିପଦ ହ୍ରାସ ପାଇଥାଏ।
  • କେବଳ ଘରୁ ବାହାରିବା ବେଳେ ନୁହେଁ, ଗରମ ଦିନରେ ନିଜ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଅନ୍ୟ ଋତୁ ଅପେକ୍ଷା ଅଧିକ ପାଣି ପିଅନ୍ତୁ।
  • ଖାଲି ପେଟରେ କେବେ ଘରୁ ବାହାରନ୍ତୁ ନାହିଁ।
  • ଖରାରେ ବାହାରକୁ ଯାଉଥିଲେ ସୂତା ବସ୍ତ୍ର ଓ ହାଲୁକା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଆଖିରେ ସନ୍‌ଗ୍ଲାସ୍‌ ଲଗାନ୍ତୁ। ମୁହଁକୁ ଏକ ସୂତା ବସ୍ତ୍ରରେ ଘୋଡ଼ାନ୍ତୁ। ହାତ ଓ ଗୋଡ଼କୁ ମଧ୍ୟ ଆବୃତ୍ତ କରନ୍ତୁ। ଆବଶ୍ୟକ ହେଲେ ଛତା ବ୍ୟବହାର କରନ୍ତୁ।
  • ଯଦି ଆପଣ ଏସି ପାଖରେ ବସିଛନ୍ତି, ତେବେ ହଠାତ୍‌ ଉଠି ଖରାରେ କୁଆଡ଼େ ଯାଆନ୍ତୁ ନାହିଁ।
  • ଗରମ ଦିନେ ଚା, କଫି ଓ ମସଲା ଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ। ଶୀଘ୍ର ହଜମ ହେଉଥିବା ସୁପାଚ୍ୟ ଖାଦ୍ୟ ଖାଆନ୍ତୁ।
  • ଅତ୍ୟଧିକ ଥଣ୍ଡା ପାଣି ବା ବରଫ ମିଶା ପାଣି ପିଇବାଠାରୁ ଦୂରେଇ ରହନ୍ତୁ। ଏହା ବଦଳରେ ମାଟି ପାତ୍ରର ପାଣି ପିଇଲେ ଅଧିକ ଲାଭ ମିଳିଥାଏ।
  • ଶରୀରରୁ ଜଳୀୟ ଅଂଶ କମ୍‌ ହେବାକୁ ଦିଅନ୍ତୁ ନାହିଁ। ଏଥିପାଇଁ ଦିନରେ ପ୍ରାୟ ୧୦-୧୨ ଗ୍ଲାସ୍‌ ପାଣି ପିଅନ୍ତୁ। ପାଣିରେ ଲେମ୍ବୁ ରସ ଓ ଅଳ୍ପ ଲୁଣ ମିଶାଇ ପିଇବା ଲାଭଦାୟକ ହୋଇଥାଏ। ଗରମରୁ ରକ୍ଷା ପାଇବା ପାଇଁ ଚହ୍ଲା, ତୋରାଣୀ ପାଣି, ଫଳ ରସ, ଘୋଳ ଦହି ମଧ୍ୟ ପିଅନ୍ତୁ।
  • ଘରୁ ବାହାରିବା ପୂର୍ବରୁ ଚେହେରା ଓ ଶରୀରର ଅନାବୃତ୍ତ ଅଂଶରେ ଏସ୍‌ପିଏଫ୍‌ ଯୁକ୍ତ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।
  • ବାହାରକୁ ଗଲା ବେଳେ ଆଖିରେ ଚଷମା ଓ ମୁଣ୍ଡ ଘୋଡ଼ାଇ ଯାଆନ୍ତୁ।